Image Source: Hindustan Times
ଲକ୍ଷ୍ନୌ: ଶୁକ୍ରବାର ଦିନ ପ୍ରାର୍ଥନା ଥିବାରୁ ଶାନ୍ତି ବଜାୟ ରଖିବାକୁ ଉତ୍ତର ପ୍ରଦେଶ ପ୍ରଶାସନ ନିରାପତ୍ତା ବ୍ୟବସ୍ଥା ବୃଦ୍ଧି କରିବା ସହ ଜୋର୍ଦାର୍ ପାଟ୍ରୋଲିଙ୍ଗ୍ ଆରମ୍ଭ କରିଛି।
ଉତ୍ତର ପ୍ରଦେଶ ପୁଲିସ ମହାନିର୍ଦେଶକ ଓପି ସିଂହ କହିଛନ୍ତି: ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି, ଆମେ ସେନା ବଳ ମୁତୟନ ଜାରି ରଖିଛୁ। ମାମଲାଗୁଡ଼ିକର ତଦନ୍ତ ନିମନ୍ତେ ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍ ଗଠିତ ହୋଇଛି। ୨୧ ଜିଲ୍ଲାରେ ଆମେ ଇଣ୍ଟର୍ନେଟ୍ ସେବା ବନ୍ଦ ରଖିଛୁ। ପରିସ୍ଥିତି ସୁଧୁରିଲେ ତାହାକୁ ପୁଣି କାର୍ଯ୍ୟକ୍ଷମ କରାଯିବ।
ପ୍ରାୟ ସପ୍ତାହକ ପରେ ଗାଜିଆବାଦ, ବୁଲନ୍ଦସହର, ମିରଟ, ମୁଜାଫରନଗର ଏବଂ ଶାମିଲରେ ଚାଲୁ କରାଯାଇଥିବା ଇଣ୍ଟର୍ନେଟ୍ ସେବା, ପ୍ରତିଷେଧ ବ୍ୟବସ୍ଥାସ୍ୱରୂପ ପୁଣି ବନ୍ଦ କରାଯାଇଛି।
Image Source: India Todayଉତ୍ତମ ନିରାପତ୍ତା ନିମନ୍ତେ ଶୁକ୍ରବାର ଦିନ କେତେକ ସହରରେ ପାରାମିଲିଟାରି ଫୋର୍ସର କର୍ମଚାରୀ ଏବଂ ରାଜ୍ୟ ପୁଲିସ ବଳଙ୍କୁ ମୁତୟନ କରାଯିବା ସହ ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯାଇଥିବା କଥା ସରକାରୀ କର୍ମଚାରୀମାନେ କହିଛନ୍ତି।
ରାଜ୍ୟର ସବୁ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ରାଜ୍ୟର କେତେକ ଅଞ୍ଚଳରେ ମୋବାଇଲ୍ ଇଣ୍ଟର୍ନେଟ୍ ସେବା ଶୁକ୍ରବାର ରାତି ୧୦ଟା ଯାଏଁ ବନ୍ଦ ରଖାଯିବ ବୋଲି କୁହାଯାଇଥିଲା।
ଏହାଛଡ଼ା ଉତ୍ତର ପ୍ରଦେଶର ସୂଚନା ଓ ଯୋଗାଯୋଗ ବିଭାଗ କହିଛି ଯେ ନିକଟ ଅତୀତରେ ଲକ୍ଷ୍ନୌ, ମିରଟ, ସାମ୍ଭାଲ, ରାମପୁର, ମୁଜାଫରନଗର, ଫିରୋଜାବାଦ, କାନପୁର ନଗର, ମାଉ ଓ ବୁଲନ୍ଦସହରରେ ହୋଇଥିବା ପ୍ରତିବାଦ ସମୟରେ ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବାରେ ସମ୍ପୃକ୍ତ ଥିବା ୪୯୮ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି।
Follow Us